ମଦନିଶାରେ ଯୁବତୀ ସହ ଅସଦାଚରଣ କରି ନିର୍ଧୁମ ମାଡ ଖାଇଲା ଅଟୋ ଡ୍ରାଇଭର

0

ଲକ୍ଷ୍ମୌ ..- ମଦନିଶାରେ ଯୁବତୀ ଅସଦାଚରଣ କରିବା ଜଣେ ଅଟୋ ଡ୍ରାଇଭର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌର ଗୋମତୀ ନଗରରେ  ଜଣେ ଯୁବତୀ ଅଟୋ ରିକ୍ସାରେ ଯାତ୍ରା କରୁଥିବା ବେଳେ ଏହାର ଡ୍ରାଇଭର ତାଙ୍କୁ ଅସଦାଚରଣ କରିଥିଲା । ଏହାର ବିରୋଧକରିବା ସହ ଯୁବତୀ ଜଣଙ୍କ ଅଟୋରୁ ଡେଇଁ ପଡିଥିଲେ । ଯୁବତୀ ଚଳନ୍ତା ଅଟୋରୁ ଡେଇଁ ପଡିବାରୁ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଥିବା ଲୋକମାନେ ଏ ବିଷୟରେ ଜାଣିବା ପରେ ଲୋକମାନେ ଅଟୋର ପିଛା କରି ଡ୍ରାଇଭରକୁ ଧରିବା ସହ ନିସ୍ତୁକ ମାଡ ମାରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଡ୍ରାଇଭରକୁ ଗିରଫ କରିଛି । ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।

Leave A Reply