ପୁଣି ଅଟୋରେ ପ୍ରସବ

0

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପୋଡାହାଣ୍ଡି ବ୍ଳକର ଡଙ୍ଗାର ଗ୍ରାମର ମତିରାମ ବିନ୍ଧାଣିଙ୍କ ପତ୍ନୀ ରାଜମତି ବିନ୍ଧାଣୀଙ୍କ ଗତକାଲି ରାତିରେ ପ୍ରସବ ବେଦନା ହୋଇଥିଲା। ସକାଳେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିନଥଲା। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଉକ୍ତ ମହିଳାଙ୍କୁ ଅଟୋରେ ଡାବୁଗାଁ ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା ବେଳେ ବାଟରେ ଅଟୋ ମଧ୍ୟରେ ସେ ପ୍ରସବ କରିଥିଲା। ପରେ ଉଭୟ ମା ଓ ନବଜାତ ଶିଶୁକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ସୁସ୍ଥ ଥିବା ଡାକ୍ତର ସୂତ୍ରରୁ ପ୍ରକାଶ।

Leave A Reply