ଅଟୋରେ ପ୍ରସବ କଲେ ମହିଳା

0

ବାରିପଦା: ମୋରଡା ବ୍ଲକ ଅନ୍ତର୍ଗତ ଫୁଲବାଡିଆ ଗ୍ରାମର ଜଣେ ମହିଳା ଅଟୋରେ ପ୍ରସବ କରିଛନ୍ତି। ପ୍ରସବ ବେଦନା ଆରମ୍ଭ ପରେ ଆଶାକର୍ମୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବାରମ୍ବାର ଫୋନ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ବାଧ୍ୟ ହୋଇ ମହିଳାଙ୍କୁ ଅଟୋ ଯୋଗେ ଡାକ୍ତରଖାନା ନିଆଯାଉଥିଲା। ଡାକ୍ତରଖାନା ଯାଉଥିବା ବେଳେ ରାସ୍ତାରେ ଅଟୋ ମଧ୍ୟରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପରେ ଉଭୟ ମା ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ସୁସ୍ଥ ଥିବା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।

Leave A Reply