ଆଜି ଓହ୍ଲାଇବ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ

0

ଭୁବନେଶ୍ୱର : ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ତଥା ଗତଥରର ଚମ୍ପିଆନ ଅଷ୍ଟ୍ରେଲିଆ ଆଜିଠାରୁ ୧୪ଶ ପୁରୁଷ ହକି ବିଶ୍ୱକପର ଅଭିଯାନ ଆରମ୍ଭ କରିବ। ଶୁକ୍ରବାର ପୁଲ୍‍ ‘ବି’ର ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ-ସ୍ପେନକୁ ଓ ୨ୟ ମ୍ୟାଚରେ ଇଂଲଣ୍ଡ-ଚୀନ୍‍କୁ ଭେଟିବ। ଗତଥରର ଚମ୍ପିଆନ ଅଷ୍ଟ୍ରେଲିଆ ୧୯୮୬ରେ ଇଂଲଣ୍ଡରେ ଖେଳା ଯାଇଥିବା ଷଷ୍ଠ ସଂସ୍କରଣରେ ପ୍ରଥମଥର ପାଇଁ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ୨୦୧୦ରେ ଭାରତର ଦିଲୀରେ ଖେଳା ଯାଇଥିବା ୧୨ଶ ସଂସ୍କରଣ ଓ ୨୦୧୪ ନେଦରଲାଣ୍ଡ୍‍ସରେ ଖେଳା ଯାଇଥିବା ୧୩ଶ ସଂସ୍କରଣରେ ୩ୟ ଥର ପାଇଁ ଚମ୍ପିଆନ ହୋଇଥିଲା। ଅଧିନାୟକ ଆରନ ଜାୱଲେସ୍କି ନେତୃତ୍ୱରେ ଅଷ୍ଟ୍ରେଲିଆ ହ୍ୟାଟ୍ରିକ ଟାଇଟଲ ଲକ୍ଷ୍ୟ ରଖିଛି। ଡାନିଏଲ ବିଏଲ୍‍, ଟିମୋଥି ବ୍ରାଣ୍ଡ, ଆଣ୍ଡ୍ୟୁ କାର୍ଟର, ଟମ୍‍ କ୍ରେଜ, ମାଥ୍ୟୁ ଡସନ, ଗୋଭର୍ସ ବ୍ଲେକ, ଜ୍ୟାକ ହାର୍ଭି, ଜରେମି ହେୱାର୍ଡ, ଟିମ୍‍ ହେୱାର୍ଡ, ଟେଲର ଲୋଭେଲ, ଟ୍ରେଣ୍ଟ ମିଟ୍ଟନ, ଏଡି ଇକେନ୍‍ଡେନ, ଫ୍ଲାଇନ ଓଗିଲ୍‍ଭେ, ମାଥ୍ୟୁ ସ୍ୱାନ, କୋରେ ୱିୟେର, ଜ୍ୟାକ ହ୍ୱିଟନଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ପ୍ରଥମ ମ୍ୟାଚରେ ଆୟରଲାଣ୍ଡକୁ ସହଜରେ ପରାସ୍ତ କରିବା ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୨୮ ବର୍ଷ ପରେ ବିଶ୍ୱକପ ଖେଳୁଥିବା ଆୟରଲାଣ୍ଡ ମଧ୍ୟ ମ୍ୟାଚରେ ଓଲଟପାଲଟ କରିବା ଲକ୍ଷ୍ୟ ରଖିଛି। ମାତ୍ର ୧୫ଟି ବିଶ୍ୱକପ ଖେଳିଥିବା ଆୟରଲାଣ୍ଡ ଅଧିନାୟକ ଡେଭିଡ଼ ହାର୍ଟ ଓ ଆଲେକଜାଣ୍ଡାର କ୍ରସଙ୍କ ନେତୃତୃରେ ଦଳ ଅଷ୍ଟ୍ରେଲିଆକୁ ଚକ୍‍ମା ଦେବା ଲକ୍ଷ୍ୟରଖିଛି।

Leave A Reply