ବିଦ୍ୟାଳୟରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ସୁଆଣ୍ଡୋ: ପୁରୀ ଜିଲ୍ଲା ଗଙ୍ଗାନାରାୟଣପୁର ସ୍ଥିତ ହରଚଣ୍ଡି ବିଦ୍ୟାପୀଠରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ ହୋଇଥିଲା। ଅଗଷ୍ଟ କ୍ରାନ୍ତି ସମୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବଳିଷ୍ଠ ନେତୃତ୍ୱ ଉପରେ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ବିଶେଷ ବିବରଣୀ ପ୍ରଦାନ କରିଥିଲେ। ଅଗଷ୍ଟ କ୍ରାନ୍ତି ସମୟରେ ଘଟିଥିବା ବିଭିନ୍ନ ଘଟଣାବଳୀ ଉପରେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବୁଦ୍ଧିଜିବୀ ମାନେ ଆଲୋଚନା କରିଥିଲେ।

Comments are closed.