ଅଗଷ୍ଟ ୧୨ ବିଶ୍ୱ ହାତୀ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ହାତୀ ଦିବସ । ୨୦୧୨  ମସିହା ଅଗଷ୍ଟ ୧୨ରୁ ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି । ହାତୀ ଓ ମଣିଷ ମଧ୍ୟରେ କିପରି ବନ୍ଧୁତା ରହିଛି ଆମେ – ହାତୀ ମେରା ସାଥି, ଜୁମ୍ୱୋ, ଜଙ୍ଗଲ ଆଦି ଚଳଚ୍ଚଚିତ୍ରରେ ଦେଖିଛନ୍ତି ।

ଏହି ଅବସରରେ ସୋମବର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ସ୍ୱତନ୍ତ୍ର  କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ହାତୀଙ୍କୁ ସଜାଇବା ସହ ସୁସ୍ୱାଦୁକର ଫଳ ଖାଇବାକୁ ଦିଆଯାଇଛି । ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଛୁଟି ଥିଲେ ମଧ୍ୟ ହାତୀଙ୍କୁ ଦେଖିବାକୁ ବେଶ୍ ଭିଡ ଜମିଛି ।

Comments are closed.