ଅଗଷ୍ଟ କ୍ରାନ୍ତି ଦିବସ

0

୮ ଅଗଷ୍ଟ ୧୯୪୨। ଇଂରେଜଙ୍କୁ ମହାତ୍ମାଙ୍କ ଚରମ ବାଣୀ, ଭାରତ ଛାଡ଼ି ଚାଲିଯାଅ। ଆଉ ଦେଶବାସୀଙ୍କୁ ତାଙ୍କର ଉଦାତ୍ତ ଆହ୍ୱାନ, ବ୍ରିଟିଶକୁ ତଡ଼ିବାକୁ ’କର ବା ମର’। କାଶ୍ମୀରରୁ କନ୍ୟାକୁମାରୀ, ଅଗଷ୍ଟ ୯ରୁ ତାଙ୍କ ସ୍ୱର ସହ ସ୍ୱର ତୋଳିଲେ କୋଟି କୋଟି ନରନାରୀ। ମୁକ୍ତି ପାଇଁ ସମସ୍ତେ ପାଗଳ, ଦେଶପ୍ରେମରେ ସମସ୍ତେ ଉଛଳ। ମରୁରୁ ତରୁ, କୁଟୀରରୁ କୋଠାଘର, ନିଃଶ୍ୱାସରୁ ବତାସ, ସବୁଠି ଉଦବେଳନ, ସବୁଠି ଆଲୋଡ଼ନ। ପୁଲିସ ମାଡ଼ରେ କିଏ ଲହୁଲୁହାଣ ହେଲା। କିଏ କାରାକୁ ତ କିଏ ମରଣକୁ ବରଣ କଲା। ରକ୍ତରେ ଭିଜି ଭିଜି ବି ମୁକ୍ତିର ମନ୍ତ୍ର ଭଜିଚାଲିଥିଲେ କ୍ରାନ୍ତି ପଥର ଯାତ୍ରୀ। ଭାରତ ଛାଡ଼ ଆନ୍ଦୋଳନ ହିଁ ବାଧ୍ୟ କରିଥିଲା ଇଂରେଜମାନଙ୍କୁ ୧୯୪୭, ଅଗଷ୍ଟ ୧୪ରେ ବାହୁଡ଼ିଯିବାକୁ।

Leave A Reply