ଅଡି କାର କମ୍ପାନୀ ସିଇଓ ଗିରଫ

0

ନୂଆଦିଲ୍ଲୀ : ଜର୍ମାନୀର ଲୋକପ୍ରିୟ କାର କମ୍ପାନୀ ଅଡିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପର୍ଟ ଷ୍ଟାଡଲରଙ୍କୁ ବର୍ଲିନ ପୁଲିସ ଗିରଫ କରିଛି। ଡିଜେଲ ଗାଡମାନଙ୍କରେ ପ୍ରଦୂଷଣ ପରୀକ୍ଷାରେ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଭୋଲ୍କସ୍ୱାଗେନ କମ୍ପାନୀ ମୁଖପାତ୍ରଙ୍କ ମତରେ ପୁଲିସ ଷ୍ଟାଡଲରଙ୍କୁ ଗିରଫ କରିବାପରେ ତଦନ୍ତ ପାଇଁ ରିମାଣ୍ଡରେ ନେଇଛି।
ଭୋଲ୍କସ୍ୱାଗେନ ଡିଜେଲଗେଟ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଯୁକ୍ତ ରାଷ୍ଟ୍ର ପରିବେଶ ଏଜେନ୍ସି ମାନଙ୍କ ଦ୍ୱାରା ଭୋଲ୍କସ୍ୱାଗେନ କମ୍ପାନୀକୁ ନୋଟିସ ଜାରି କରାଯାଇଥିଲା।

Leave A Reply