ଅଡିର ନୂଆ ବ୍ୟବସ୍ଥା ; ଦୁର୍ଘଟଣା ପୂର୍ବରୁ ଉପରକୁ ଉଠିବ ଗାଡି

0

ନୂଆଦିଲ୍ଲୀ : ଚଳିତ ବର୍ଷ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଅଡି ନିଜର ନୂଆ ମଡେଲ କାର ଅଡି ଏ୮ ବଜାର ପ୍ରବେଶ ନେଇ ଯୋଜନା ରଖିଛି। ଅଡିଏ୮ରେ ଫଣ୍ଟ୍ରଲ ଅଟୋ ବ୍ରେକିଂ ଲଗାଯାଇଛି। ଏହାଦ୍ୱାରା ଗାଡି ଆପଣଙ୍କୁ ବହୁ ବଡ ବଡ ଦୁର୍ଘଟଣାରୁ ଆପଣକୁ ରକ୍ଷା କରିବ। ଯଦି ବି ଆପଣଙ୍କ ଗାଡି କୌଣସି ଦୁର୍ଘଟଣାର ସମ୍ମୁଖିକ ହୋଇଥାଏ ଏହାର ପୂର୍ବରୁ ହିଁ ଗାଡିରେ ଥିବା ଆକ୍ଟିଭ ସସପେସନ ଜଣେଇଦବ। ଏହାଦ୍ୱାରା ଚାଳକ ଗାଡିକୁ ୩.୫ଇଞ୍ଚ ଉପରକୁ ଉଠାଇପାରିବେ। ଅଡି ଏ୮ ଅତ୍ୟାଧୁନିକ ସୁବିଧାରେ ଗାଡି ମଧ୍ୟରେ କ୍ୟାମେରା ମଧ୍ୟ ରହିଛି। ଏହାଦ୍ୱାରା ରାସ୍ତାର ପ୍ରକୃତ ସ୍ଥିତି ଜାଣିପାରି ଗାଡିରେ ଥିବା ସନେସରକୁ ସଜାଗ ରଖିବ। ଏହାବ୍ୟତୀତ ଚଳିତ ବର୍ଷ ସମସ୍ତ ଗାଡି ମାନଙ୍କରେ ଅନାନ୍ୟ ସୁବିଧା ରହିଛି। କାରରେ କନେକ୍ଟିଭିଟି ଓ ଇନଫୋଟେନମେଣ୍ଟ ବଢିବ। ହୋମ ଇଲୋକଟ୍ରୋନିକ ଆସିଷ୍ଟ ଡିଭାଇସ ସହ ଗାଡିର ଲକ ଓ ଅନଲକ ସହଜ ହୋଇପାରିବ। ଏହିଭଳି ଅନେକ ସୁବିଧା ଗାଡିରେ ରହିଛି ଯାହାଦ୍ୱାରା ବଜାରରେ କମ୍ପାନୀ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି।

Leave A Reply