ଚିନ୍ତାରେ ଆୟୁଷ

0

ଆୟୁଷ ଶର୍ମା, ବଲିଉଡର ଏଇ ନବାଗତଙ୍କ ମୁଖ୍ୟ ତଥା ଅନ୍ୟତମ ପରିଚୟ ହେଲା ସେ ସଲମାନ୍‌ ଖାନ୍‌‌ଙ୍କ ସମ୍ପର୍କୀୟ। ଦବଙ୍ଗ ଖାନ୍‌ଙ୍କ ସାନ ଭଉଣୀ ଅର୍ପିତାଙ୍କ ବିବାହ କରିଛନ୍ତି ଆୟୁଷ। ବିବାହ ପୂର୍ବରୁ ସେ ଏକ ଅନ୍ତର୍ଜାତୀୟ କମ୍ପାନୀର ଉଚ୍ଚ ପଦରେ କାମ​‌ କରୁଥିଲେ। ତେବେ ଖାନ୍ ପରିବାରର ଗେହ୍ଲା ସାନ ଜ୍ବାଇଁ ହେବା ପରେ ସେ ମଧ୍ୟ ସିନେଜଗତରେ ପ୍ରବେଶ ପାଇଁ ଇଚ୍ଛା କଲେ। ତାଙ୍କ ଇଚ୍ଛାକୁ ସଲମାନ୍ ଭଲଭାବେ ଠଉରାଇ ପାରିଥିଲେ ଓ ସହଯୋଗ କରିବା ମଧ୍ୟ ଆରମ୍ଭ କଲେ। ତେବେ ଜ୍ବାଇଁ ପୁଅଙ୍କଠାରୁ ସେ ଆରମ୍ଭରୁ ଗୋଟିଏ ପ୍ରତିଶ୍ରୁତି ନେଇଥିଲେ, ଯେଭଳି ତାଙ୍କ ଭଉଣୀ ଅର୍ପିତାର କେବେ କିଛି ଅସୁବିଧା ନ ହୁଏ। ଆୟୁଷ ମଧ୍ୟ ସେସବୁଥିରେ ଆଦୌ ଅବହେଳା କରିନଥିଲେ। ‘ଲଭରାତ୍ରି’ ଚଳଚ୍ଚିତ୍ର ଜରିଆରେ ଆୟୁଷ ଓ ୱାରିନା ହୁସୈନ୍‌ଙ୍କ କ୍ୟାରିୟର ଆରମ୍ଭ ହେବାକୁ ଯାଉଛି। ପ୍ରଚାର ଓ ପ୍ରସାର କାମ ଜୋର୍‌ସୋର୍‌ରେ ଚାଲିଥିଲାବେଳେ ସଲମାନ୍ ନିଜେ ସବୁ କାମକୁ ଧ୍ୟାନ ଦେଇ ତଦାରଖ କରୁଛନ୍ତି। ଆୟୁଷ କିନ୍ତୁ ଚିନ୍ତାରେ ପଡ଼ିଗଲେଣି ଯେ ସଫଳ ହେବେ କି ନାହିଁ? ଖାନ୍ ପରିବାର ତାଙ୍କୁ ପୂର୍ଣ୍ଣ ଭାବେ ସହଯୋଗ ଓ ସମର୍ଥନ କରୁଛି। ଅକ୍ଟୋବର ୫ରେ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ହିଁ ସବୁ ଜଣାପଡ଼ିବ।

Leave A Reply