ପାରିବାରିକ କଳହରୁ ବାପପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

0

ବରଗଡ: ବରଗଡ ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳ ପ୍ରାୟ ୭ଟା ସମୟରେ ନୂଆଗଡ ଗ୍ରାମର ପରମା ସୁନା (୬୦) ଓ ତାଙ୍କ ପୁଅ ବୁଧ ସୁନା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଉଭୟ ବାପପୁଅ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ତାଙ୍କ ସମ୍ପର୍କୀୟ ମାନେ ଉଦ୍ଧାର କରି ବରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

Leave A Reply