ଅଭିଯୁକ୍ତର ଆକ୍ରମଣରେ ପୁଲିସ କର୍ମୀ ଆହତ

0

ଯାଜପୁର: ଅଭିଯୁକ୍ତର ଆକ୍ରମଣରେ ପୁଲିସ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି । ଆହତ କନେଷ୍ଟବଳ ଯାଜପୁର ଥାନା ଅନ୍ତର୍ଗତ ରାମବାଗ ବିଟ ହାଉସର ଲାଲ ମୋହାନ ସାହୁ । ଏକ ପାରିବାରିକ କଳହର ଅଭିଯୋଗ କ୍ରମେ ଲାଲ ମୋହନ ଓ ତାଙ୍କର ଜଣେ ସହକର୍ମୀ ରାମବାଗ ବିରଜାପୁର ଗ୍ରାମର ଅଭିଯୁକ୍ତ ଦେବେନ୍ଦ୍ର ଦାସଙ୍କୁ ଡାକିବାକୁ ଯାଇଥିଲେ । ଏଥିରେ ଦେବେନ୍ଦ୍ର ହଠାତ ଉତକ୍ଷିପ୍ତ ହୋଇ କନେଷ୍ଟବଳ ଲାଲମୋହଙ୍କୁ ଏକ ବ୍ଲେଡ ଯୋଗେ ଆକ୍ରମଣ କରିଥିଲା । ଫଳରେ ତାଙ୍କ ଡାହାଣ ହାତ କଟି ଯାଇଥିଲା । ପରେ ସେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ତାଙ୍କ ଡାହାଣ ହାତରେ ୨୩ଟି ଷ୍ଟିଚ ଲାଗିଥିବା ଜଣାପଡିଛି । ଆକ୍ରମଣକାରୀ ଦେବେନ୍ଦ୍ର ଦାସକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply