ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ବାଲେଶ୍ୱର : ବାହାନଗା ବ୍ଳକ୍‌ ଉପରଆଡ଼ିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଦଳୀୟ ପୋଷ୍ଟର ନେଇ ଆସୁଥିବା ବେଳେ ଜଣେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବିଜେଡି କର୍ମୀ ହେଲେ ପ୍ରଶାନ୍ତ ବାରିକ । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ଆକ୍ରମଣ କରିଥିବା ଦୁର୍ବୃତ୍ତ ଜଣଙ୍କ ବିରୋଧୀ ଦଳର ହୋଇଥିବା ବିଜେଡି ଅଭିଯୋଗ କରିଛି। ସୋର ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.