ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବାଲେଶ୍ବର : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ହେଲେ ନୀଳଗିରି ଥାନା ଚତ୍ରୀଖୁଣ୍ଟା ଗ୍ରାମର ରବୀନ୍ଦ୍ର ଦାସ । ମଙ୍ଗଳବାର ରାତିରେ ସେ ବଜାରରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଭାଲୁ ହଠାତ୍ ତାଙ୍କୁ  ଆକ୍ରମଣ କରିଥିଲା। ରବୀନ୍ଦ୍ର ଚିତ୍କାର କରିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ରବୀନ୍ଦ୍ରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରଯାଇଥିଲା । ଭାଲୁ ଆକ୍ରମଣରେ ରବୀନ୍ଦ୍ରଙ୍କ ଛାତି ଓ ହାତରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି। ତେବେ ବନବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ସାଧାରଣଲୋକେ ବନ୍ୟଜନ୍ତୁଙ୍କ ଆକ୍ରୋଶର ଶିକାର ହେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

Comments are closed.