ଦୁଇ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

0

ମୟୂରଭଞ୍ଜ: ସାରଶକଣା ବ୍ଳକର ସରସ୍ବତି ଶିଶୁ ମନ୍ଦିର ବିଦ୍ୟାଳୟର ଦୁଇ ଜଣ ଛାତ୍ରଙ୍କୁ ଆଜି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ଷଷ୍ଠ ଶ୍ରେଣୀର ଛାତ୍ର ସଂଦିଷ୍ ହାସଂଦା ଏବଂ ନବମ ଶ୍ରେଣୀ ଛାତ୍ର ମନୋଜ ମହାନ୍ତ ଶୌଚ ପାଇଁ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ରମାନେ ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ଜଣେ ଛାତ୍ରଙ୍କ ଗଳା କାଟି ଯାଇଥିବା ଜଣାପଡିଛି। ଆହତ ଛାତ୍ରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଥିଲା। ପ୍ରଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply