ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

0

ଖୁଣ୍ଟା : ମୟୁରଭଞ୍ଜ ଖୁଣ୍ଟାଥାନା ଭୋଳଗଡିଆ ନିକଟରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା ଉଦ୍ୟମ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଗୁରୁବାରୀ ସିଂ(୫୫)। ଗୁରୁବାରୀଙ୍କୁ ଏକ ଧାରୁଆ ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ମହିିଳାଜଣକୁ ଖୁଣ୍ଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ମହିିଳାଜଣକୁ ପିଏମଆର ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯାଇଛି।

Leave A Reply