ଏକତରଫା ପ୍ରେମର ପରିଣତି; ଘରେ ପଶି ମା ଝିଅଙ୍କୁ ହତ୍ୟା ଉଦ୍ୟମ

0

ମୟୂରଭଞ୍ଜ: ଅଧ ରାତିରେ ଘରେ ପଶି ମା ଝିଅଙ୍କୁ ହାଣି ହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅଭାବନୀୟ ଘଟଣାଟି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜରଡ଼ା ଗାଁରେ ଘଟିଛି । ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପ୍ରେମକୁ ନେଇ ଏଭଳି ଉନ୍ମତ୍ତକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ୍ ସନ୍ଦେହ କରିଛି । ଯୁବକ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ଯୁବକଙ୍କ ନାମ ହେଲା ଭରତ ମହାନ୍ତି ଓ ତାଙ୍କ ଘର ସ୍ଥାନୀୟ ବେଲଢ଼ିଆ ଗ୍ରାମରେ ବୋଲି ଜଣପାଡିଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଯୁକ୍ତ ୩ ପଢ଼ୁଥିବା ଜଣେ ଯୁବତୀଙ୍କୁ ଭରତ ଏକତରଫା ପ୍ରେମ କରୁଥିଲେ । ନିକଟରେ ଯୁବତିଙ୍କ ମାଆଙ୍କୁ ଭରତ ଟଙ୍କା ଧାର ମାଗିଥିଲେ । ଯୁବତିଙ୍କ ମା ନଦେବାରୁ ଭରତ ରାତି ପ୍ରାୟ ୨ଟା ବେଳେ ଘର ଭିତରେ ପଶି ଉଭୟଙ୍କୁ ହତ୍ୟା ଉଦ୍ୟମ କରିଥିଲେ ।

Leave A Reply