ପିଲା ଚୋର ଭାବି ପୁଲିସକୁ ଗ୍ରାମବାସୀଙ୍କ ଆକ୍ରମଣ

ଗଞ୍ଜାମ : ଗଞ୍ଜାମ ସାନଖେମୁଣ୍ଡିରେ ତେଲେଙ୍ଗାନା ପୁଲିସକୁ ଆକ୍ରମଣ କରାଯାଇଛି। ତେଲେଙ୍ଗାନା ପୁଲିସ ଜଣେ ସୁନା ଚୋରକୁ ଧରି ପଚରାଉଚରା କରୁଥିବା ବେଳେ ଗ୍ରାମବାସୀମାନେ ପିଲା ଚୋର ଭାବି ଆକ୍ରମଣ କରିଥିଲେ। ଆକ୍ରମଣରେ ୪ଜଣ ପୁଲିସ ଅଧିକାରୀ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତେଲେଙ୍ଗାନା ପୁଲିସକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏହାସହ ଅଭିଯୁକ୍ତକୁ ପାଟପୁର ଥାନାକୁ ଆଣି ପଚରାଉଚରା କରିଛି।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ପୁଲିସ ଟିମ୍ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମକୁ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିଲା। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ଥିବା ସୁନା ଦୋକାନରେ କାର୍ଯ୍ୟ କରୁଥିବା ବେଳେ ତା ନାମରେ ଚୋରି ଅଭିଯୋଗ ଥିଲା। ତାକୁ ଧରିବାକୁ ପୁଲିସ ଗାଁକୁ ଆସି ଅଭିଯୁକ୍ତକୁ ଧରି ପଚରାଉଚରା କରୁଥିଲା। ଏହି ସମୟରେ ଗ୍ରାମ ଲୋକେ ସେମାନଙ୍କୁ ପିଲା ଚୋର ଭାବିଥିଲେ। ପୁଲିସ ସାଦା ପୋଷାକରେ ଆସି ଅଭିଯୁକ୍ତକୁ ପଚରାଉଚରା କରୁଥିବା ବେଳେ ଗ୍ରାମ ଲୋକେ ଆକ୍ରମଣ କରିଥିଲେ। ଆକ୍ରମଣରେ ପୁଲିସର କିଛି ଗାଡି ମଧ୍ୟ ଭାଙ୍ଗି ଯାଇଛି।

Comments are closed.