ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼: ୧ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବୁଧବାର ଜଣେ ଯୁବକଙ୍କୁ ୨ ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ପାସପୋର୍ଟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି। ଛୁରାମାଡ଼ କରିଥିବା ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ପାସପୋର୍ଟ ଅଫିସ ସାମ୍ନାରେ ପ୍ରମୋଦ ସାହୁ ନାମକ ଜଣେ ଯୁବକ ଠିଆ ହୋଇଥିଲେ। ସେହି ସମୟରେ ୨ଜଣ ଦୁର୍ବୃତ୍ତ ସେଠାକୁ ଆସି ପ୍ରମୋଦଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଥିଲେ। ଏଥିରେ ପ୍ରମୋଦ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଜଣେ ଆକ୍ରମଣକାରୀଙ୍କୁ ଗିରଫ କରି ଜେରା କରୁଛି।

Comments are closed.