ଖାରବେଳଙ୍କୁ ଆକ୍ରମଣ ଘଟଣା, କାଶୀପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

0

ରାୟଗଡା : ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ କାଶୀପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ତଦନ୍ତ କରୁଛନ୍ତି। ଶ୍ରୀ ସ୍ବାଇଁଙ୍କୁ ମାଡ ମାରିବା ପଛର କାରଣ କ’ଣ ଓ ଆକ୍ରମଣକାରୀଙ୍କୁ କିଏ ପଠାଇଥିଲା ଏ ସମସ୍ତ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଟିମ କରିବେ। ଅଭିଯୁକ୍ତକୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡିଛି। ପ୍ରାଥମିକ ତଦନ୍ତ ପରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୪ ତାରିଖ ଦିନ ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ରାୟଗଡା ଜିଲା କାଶୀପୁରରେ ଏକ ସଭା ହୋଇଥିଲା। ବିଜେଡି କର୍ମୀ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ତାଙ୍କୁ ମାଡ ମାରିଥିବା ଶ୍ରୀ ସ୍ବାଇଁ ଅଭିଯୋଗ କରିଛନ୍ତି।

Leave A Reply