ଶାଢୀ କିଣିବା ବାହାନାରେ ଆସି ଦମ୍ପତିଙ୍କୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ଶାଢୀ କିଣିବା ବାହାନାରେ ଆସି ଦମ୍ପତିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ହୋଇଛି। ଦୁଇ ଜଣ ଯୁବକ ଶାଢୀ କିଣିବା ବାହାନାରେ ଦୋକାନରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.