ସମ୍ପର୍କୀୟ ଭାଇର ଖଣ୍ଡା ଚୋଟରେ ଭାଇ ଗୁରୁତର, ଅଭିଯୁକ୍ତ ଗିରଫ

ପାଟଣାଗଡ – ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ତେଣ୍ଡାପଦର ପଞ୍ଚାୟତ ଅନ୍ତର୍ଗତ ସାନବାବେଜୁରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ମନୋଜ ସାହୁ(୪୦) ନାମକ ଜନୈକ ଯୁବକକୁ ତାର କାକା ପୁଅ ଭାଇ ବୃନ୍ଦାବନ ସାହୁ(୪୪) ଏକ ଖଣ୍ଡାରେ ହାଣି ମାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ବୃନ୍ଦାବନଙ୍କୁ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।
ସୂଚନା ଯୋଗ୍ୟ ସୋମବାର ବିଳମ୍ବିତ ରାତି ପ୍ରାୟ ୨ ଘଣ୍ଟା ସମୟରେ ମନୋଜ ନିଜ ଘର ଭିତରେ ଶୋଇଥିବା ବେଳେ ଉକ୍ତ ଗାଁରେ ରହୁଥିବା ତାର କାକା ମୋହନ ସାହୁଙ୍କ ପୁଅ ବୃନ୍ଦାବନ କବାଟ ଖୋଲି ମନୋଜର ଘର ଭିତରକୁ ପଶିବା ସହ ଏକ ଧାରୁଆ ଖଣ୍ଡାରେ ମନୋଜର ଶରୀରରେ ଚୋଟ ପରେ ଚୋଟ ମାରିଥିଲେ ।
ମନୋଜହ୍କ ଚିତ୍କାର ଶୁଣି ତାର ଧର୍ମପତ୍ନୀ ସବିତା ସାହୁ(୩୫) ଦୌଡି ଆସିବା ସହ ଚିତ୍କାର କରି ବୃନ୍ଦାବନକୁ ପ୍ରତିହତ କରିବାକୁ ଉଦ୍ୟମ କରିଥିଲେ । ବୃନ୍ଦାବନ ସେହି ସ୍ଥାନ ଛାଡି ଚାଲିଯାଇଥିଲା। ପରିବାର ପକ୍ଷରୁ ମନୋଜକୁ ତତ୍‍କ୍ଷଣାତ ପାଟଣାଗଡ ଡାକ୍ତରଖାନା ଅଣାଯିବା ପରେ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା। ଅନ୍ୟପଟେ ସବିତାଙ୍କ ଲିଖିତ ଏତଲାକୁ ଆଧାର କରି ପାଟଣାଗଡ ପୁଲିସ ଭାରତୀୟ ପିଙ୍ଗଳ କୋଡ ଧାରା ୩୪୧/୪୫୦/୨୯୪/୩୦୭/୫୦୬ ଅନୁଯାୟୀ ଅଭିଯୁକ୍ତ ବୃନ୍ଦାବନକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ମନୋଜର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Comments are closed.