ସହପାଠିନୀଙ୍କୁ ସହପାଠୀଙ୍କ ମରଣାତ୍ମକ ଆକ୍ରମଣ ଅଭିଯୋଗ

0

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଏକ ସିଟି ସ୍କୁଲରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଭିତରେ ସହପାଠିନୀଙ୍କୁ ନିର୍ମମ ଭାବେ ସହପାଠୀ ଛାତ୍ର ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଘର ଯାଜପୁର ବୋଲି ଜଣାପଡ଼ିଛି। ଛାତ୍ରୀ ଜଣକଙ୍କୁ ସେହି ସ୍କୁଲରେ ପଢୁଥିବା ଜଣେ ଛାତ୍ର ଶ୍ରେଣୀ କକ୍ଷରେ ହାଣି ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଆନ୍ଦପୁର ଡ଼ାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଛାତ୍ର ଜଣକ ଏଭଳି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply