ସାନ ଭାଇର ଶାବଳ ମାଡ଼ରେ ବଡ଼ ଭାଇ ଗୁରୁତର

0

ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ନଇନ୍ତ୍ରଣପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ଶାବଳ ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ସଦର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନର ଏହି ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କର ବଡ଼ ପୁଅ ମହେଶ୍ୱର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ମନୋରମା ମହାନ୍ତି ବର୍ଷା କାରଣରୁ ଧାନ ନେଇ ଆସୁଥିଲେ। ଏହି ସମୟରେ ମହେଶ୍ୱରଙ୍କ ସାନ ଭାଇ ଗଜେନ୍ଦ୍ର ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଠେଙ୍ଗା ଓ ଶାବଳରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହେଶ୍ୱରଙ୍କୁ ଲୋକମାନେ ଖନ୍ତାପଡ଼ା ମେଡ଼ିକାଲକୁ ନେଇଥିଲେ। ଏହା ପରେ ତାଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply