ବିଲଡରଙ୍କ ଗାଡି ଉପରକୁ ଗୁଳିମାଡ

0

ରାଉରକେଲା : ବିଲଡରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିବାର ଅଭିଯୋଗ ହୋଇଛି। ବିଲ୍‌ଡର ହେଉଛନ୍ତି ଅନମୋଲ ସିଂ। ଗୁଳିମାଡରେ ଅନମୋଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡିଛି। ବିଲଡର ଜଣକ ଘରକୁ ଫେରୁଥିବା ବେଳେ ବେଲଡିହି ନିକଟରେ ତାଙ୍କ ଉପରକୁ ୧୦ରାଉଣ୍ଡ ଗୁଳିମାଡ କରାଯାଇଥିଲା। ଘଟଣାସ୍ଥଳରୁ ପୁଲିସ ୫ଟି ଖୋକା ଜବତ କରିଛି। ଏହାସହ ବ୍ରାହ୍ମଣୀତରଙ୍ଗ ପୁଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ବିଲଡର ଅନମୋଲଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

Leave A Reply