ଦିଅରର ଭୂଜାଲି ଆକ୍ରମଣରେ ଭାଉଜ ଗୁରୁତର

0

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଅଞ୍ଚଳରେ ଦିଅରର ଭୂଜାଲି ଆକ୍ରମଣରେ ଭାଉଜ ଗୁରୁତର ହୋଇଛନ୍ତି ।  ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ମଙ୍ଗୁଲୁ ସାହୁଙ୍କର ପତ୍ନୀ  ରଶ୍ମିତା ବୋଲି ଜଣା ପଡିଛି ।  ପ୍ରଥମେ ତାଙ୍କୁ ଚିକିତ୍ସାପାଇଁ ଖଲ୍ଲିକୋଟ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଆକ୍ରମଣରେ ରଶ୍ମିତାଙ୍କର ୨ଟି ଆଙ୍ଗୁଳି କଟିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।  ନିଶାସକ୍ତ ଅବସ୍ଥାରେ କୃଷ୍ଣ ନାମକ ବ୍ୟକ୍ତି ଭୂଜାଲିରେ ଆକ୍ରମଣ କରିଥିଲେ । ।  ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply