ସାବଧାନ ! ଫ୍ରିଜରେ ରଖନ୍ତୁ ନାହିଁ ଚକଟା ଅଟା

0

ପ୍ରାୟତଃ ରାତିରେ ଚକଟା ଅଟା ବଳି ପଡି ଥାଏ, ତାହାକୁ ଆମେ ରାତିରେ ଫ୍ରିଜରେ ରଖି ସକାଳୁ ରୁଟି ପ୍ରସ୍ତୁତ କରି ଖାଇଥାଉ। କିନ୍ତୁ ଏହା ଶରୀର ପାଇଁ ଯେ କ୍ଷତିକାରକ ତାହା ସମସ୍ତଙ୍କୁ ଜଣା ନଥାଏ। ଏହା ଆମ ଶରୀରରେ ଅନେକ କ୍ଷତି ପହଞ୍ଚାଇବା ସହ ଘରେ ନକାରାତ୍ମକ ଶକ୍ତି ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାସି ଅଟା ଚକଟାରୁ ପ୍ରସ୍ତୁତ ହେଉଥିବା ରୁଟି କି ପ୍ରଭାବ ପକାଇଥାଏ।

ଅଟା ଓଦା ହେବା ମାତ୍ରକେ ସେଥିରେ ରସାୟନିକ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥାଏ। ଏହାକୁ ଫରମେଣ୍ଟେସନ୍ କୁହାଯାଏ । ଏହି ପ୍ରକ୍ରିୟା ଦ୍ବାରା ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ।

ଏଥିରୁ ପ୍ରସ୍ତୁତ ରୁଟି ଖାଇବା ଦ୍ବାରା ପେଟରେ ସମସ୍ୟା ଦେଖାଦିଏ। ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ, ସେମାନେ କଦାପି ଏହି ରୁଟି ଖାଇବା ଉଚିତ୍ ନୁହେଁ। ଏହା ଦ୍ବାରା ପାଚନ ପ୍ରକ୍ରିୟାରେ ମଧ୍ୟ ବାଧା ଉପୁଜିଥାଏ ।

ଶାସ୍ତ୍ର ଅନୁଯାୟୀ, ରାତି ସାରା ରହୁଥିବା ଚକଟା ଅଟା ପିଣ୍ଡ ସହ ସମାନ ହୋଇଥାଏ। ଯାହା ମୃତଲୋକ ପାଇଁ ଦିଆଯାଏ । ଯେଉଁମାନେ ଆତ୍ମୀୟ ସ୍ବଜନ ଠାରୁ ପିଣ୍ଡ ପାଣି ପାଆନ୍ତି ନାହିଁ, ସେମାନଙ୍କ ପ୍ରେତାତ୍ମା ଏହି ଚକଟା ଅଟା ପିଣ୍ଡକୁ ଖାଇବା ପାଇଁ ଘରକୁ ଆସିବା ଆରମ୍ଭ କରନ୍ତି।

ଯେଉଁ ଘରେ ସାରାରାତି ଚକଟା ଅଟା ରହିଥାଏ, ସେହି ଘରେ ସବୁବେଳେ ଅନିଷ୍ଠ ଲାଗି ରହିଥାଏ। ଘରର ସଦ୍ୟସଙ୍କ ସ୍ବାସ୍ଥ୍ୟହାନି ଘଟିଥାଏ ।

ସୂଚନା– ଅଟା ଅବଶ୍ୟକ ଅନୁଯାୟୀ ଚକଟିବା ଉଚିତ୍। ଯଦି ଚକଟା ଅଟା ବଳି ପଡୁଛି ତେବେ ରୁଟି ପ୍ରସ୍ତୁତ କରି ରଖି ଦିଅନ୍ତୁ। ତାହାକୁ ସକାଳେ ଖାଇବା ଶରୀର ପାଇଁ ଉତ୍ତମ ଅଟେ।

Leave A Reply