ଆନ୍ତଃରାଜ୍ୟ ଏଟିଏମ୍‍ ଲୁଟେରା ଗିରଫ

0

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ପୁଲିସ ୧୧ଜଣ ଆନ୍ତଃରାଜ୍ୟ ଏଟିଏମ୍‍ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଝାଡଖଣ୍ଡ ଓ ବିହାରର ବୋଲି ଜଣାପଡିଛି। ସେମାନେ ବିହାର,ଓଡିଶା ଓ ଝାଡଖଣ୍ଡରୁ ଏଟିଏମ୍‍ ଲୁଟ କରୁଥିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ନାମରେ ବିହାର,ଝାଡଖଣ୍ଡ ଓ ଓଡିଶାର ବିଭିନ୍ନ ଥାନାରେ ୩୦ଟି ମାମଲା ରହିଛି।
ଗିରଫ ବେଳେ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୪ଲକ୍ଷ ୨୦ହଜାର ଟଙ୍କା, ୧୬ଟି ମୋବାଇଲ ଫୋନ,୨ଟି ଲ୍ୟାପଟପ, ୯୫ଟି ଏଟିଏମ୍‍ କାର୍ଡ, ୩ଟି ସ୍କିମର ମେସିନ, ୩ଟି କାର ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ନିଶିକାନ୍ତ ରାଜ(୨୫), ପ୍ରିନ୍ସ କୁମାର ସିଂ(୨୧), ରାଜକୁମାର ସିଂ(୨୫), ମନଜିତ ପାଣ୍ଡେ(୩୧), ଅଭିମନ୍ୟୁ କୁମାର ରାଜ(୨୬), ସଜନ କୁମାର(୨୫), ଦୟାନନ୍ଦ କୁମାର ରାଜ(୨୦), ବିବେକ କୁମାର ରାଏ(୩୮), ଉତ୍ତମ ସିଂ(୨୪), ବବଲୁ କୁମାର ରାଏ(୨୮), ମନୋଜ କୁମାର(୩୨)।

Leave A Reply