୪ ଏଟିଏମ ଲୁଟେରା ଗିରଫ

0

ଜଗତସିଂହପୁର: ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ମୁଳିସିଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଟିଏମରୁ ଟଙ୍କା ଲୁଟ ଘଟଣାରେ ପୁଲିସକୁ ମିଳିଛି ସଫଳତା। ଏହି ଘଟଣାରେ ପୁଲିସ ୪ଜଣ ଏଟିଏମ ଲୁଟେରାକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡ଼ା ଗାଁର ଅସିତ କାଣ୍ଡି, ଧୂଆଁପାରି ଗ୍ରାମର ସୁଶାନ୍ତ ସାହୁ, ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ବିଶ୍ୱଜିତ ଦାସ ଓ ଶୁଭ୍ରଜିତ ପରିଡ଼ା। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନେ ମେ ୧୧ତାରିଖରେ ଏଟିଏମ ଭାଙ୍ଗି ୧୨ଲକ୍ଷ ୨୩ହଜାର ୬୦୦ଟଙ୍କା ଲୁଟ କରିଥିଲେ। ପୁଲିସ ଲୁଟେରାମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଲକ୍ଷ ୪୭ହଜାର ଟଙ୍କା,ଗ୍ୟାସ କଟର,ଅକ୍ସିଜେନ୍‍ ରେଗୁଲେଟର,ମୋବାଇଲ ଫୋନ,୪ଟି ମନିଟର, ସିପିୟୁ ଓ ଲାପଟପ ଇତ୍ୟାଦି ଜବତ କରିଛି।

Leave A Reply