ଏଟିଏମ୍ ତାଡି ୧୨ ଲକ୍ଷ ଲୁଟ୍

0

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତୋଲ ଥାନା ଅନ୍ତର୍ଗତ ମୂଳିସିଂ ସହରହାଟରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏଟିଏମ ତାଡି ଦୁର୍ବୃତ୍ତମାନେ ୧୨ ଲକ୍ଷ ୨୩ ହଜାର ଟଙ୍କା ଲୁଟି ନେଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଲୁଟ୍ ଘଟିଛି । ସୂଚନା ଅନୁସାରେ ବ୍ୟାଙ୍କରେ ଏଟିଏମରେ୧୭ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ରାତି୧୨ଘଟିକାରେ ଅଟୋକ୍ଳୋଜିଂରେ ଏଟିଏମରେ୧୨ଲକ୍ଷ୨୩ହଜାର ଛଅଶହ ଟଙ୍କା ଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଏଟିଏମ ସମ୍ମୁଖରେ ଥିବା କ୍ୟାମେରା ନଷ୍ଟକରି ଭିତରେ ପଶି ଗ୍ୟାସ କଟରରେ ଏଟିଏମ ବାକ୍ସକୁ ଖଣ୍ଡଖଣ୍ଡ କରି କାଟି ସମସ୍ତ ଟଙ୍କା ଲୁଟିନେଇଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟଫିକ୍ ଟିମ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।ଜଗତସିଂହପୁର ଏସପି ପ୍ରକାଶ ରଙ୍ଗରାଜନ, ଏସଡିପିଓ ଶିବ ଚରଣ ମଲ୍ଲିକ ଓ ଥାନା ଅଧିକାରୀ ବଳରାମ ନାୟକ ପ୍ରମୁଖ ଉପସ୍ଥିତ ରହି ଘଟଣାର ଅନୁସନ୍ଧାନ କରୁଛନ୍ତି।

Leave A Reply