ଏଟିଏମ୍ ଭାଙ୍ଗି ଲୁଟ ଅଭିଯୋଗ

0

ବାଲେଶ୍ବର : ବସ୍ତା ବ୍ଲକ କାଣ୍ଡଗାଁରେ ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏପରି ଲୁଟ କରିଥିବା ଜଣାପଡିଛି। ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ। ଏଟିଏମ ଭିତରେ ଗ୍ୟାସ କଟର ଓ ଗୋଟିଏ ୫୦୦ଟଙ୍କିଆ ନୋଟ ପଡିଥିବାର ଦେଖିବାକୁ ମିଳିଛି। ଖବର ପାଇ ସିଙ୍ଗଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply