ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍

0

ଖୋର୍ଦ୍ଧା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରୀ ବଜାରରେ ଥିବା ଏଟିଏମରୁ ଲୁଟ ହୋଇଛି। ଦୁବୃର୍ତ୍ତମା‌ନେ ଏସବିଆଇର ଏକ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣା ପଡିନାହିଁ। ତେବେ ଏହି ଅଞ୍ଚଳରେ ଏପରି ଏଟିଏମ୍ ଲୁଟ ହୋଇଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମା‌ନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିଥିଲେ। ଏହି ଘଟଣା ସମ୍ବନ୍ଧରେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁବୃର୍ତ୍ତମାନେ ଫେରାର ହୋଇ ଯାଇଥିଲେ। ତେବେ ବୁଧବାର ସକାଳେ ପୁଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଆସିବା ପରେ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Leave A Reply