ଶୁକ୍ରବାରଠାରୁ ଦୂର ହେବା ଏଟିଏମ୍‌ରେ ଟଙ୍କାର ଅଭାବ: ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର

0

ନୂଆଦିଲ୍ଲୀ: ଶୁକ୍ରବାରଟାରୁ ଏଟିଏମ୍‌ରେ ଟଙ୍କା ଅଭାବ ଦୂର ହେବ ବୋଲି ଷ୍ଟେଟ ଅଧ୍ୟକ୍ଷ ରଜନୀଶ କୁମାର ସୂଚନା ଦେଇଛନ୍ତି ।    ନୋଟର ଅଭାବ ଯୋଗୁଁ ବିଭିନ୍ନ ଏଟିଏମ୍‌ରେ ଟଙ୍କା ନ ଥିବା କଥା ଏସ୍‌ବିଆଇ ପକ୍ଷରୁ କୁହାଯାଇଥିଲା ।  ଗୁରୁବାରରେ  ପିଟିଆଇକୁ ଦେଇଥିବା ସୂଚନା ଅନୁସାରେ  ଦେଶରେ ବିଭିନ୍ନ  ସ୍ଥାନରେ ଏଟିଏମ୍‌ରେ ଦେଖାଯାଇଥିବା ଟଙ୍କାର ଅଭାବ ଶୁକ୍ରବାରଠାରୁ  ଦୂର ହୋଇଯିବ ବୋଲି  ରଜନୀଶ ସୂଚନା ଦେଇଛନ୍ତି ।

ଆଗରୁ ପ୍ରାୟ ୭୦ ହଜାର କୋଟି ଟଙ୍କାର ନୋଟ୍‌ ଅଭାବ ଦେଖା ଦେବାରୁ ବିଭିନ୍ନ ଏଟିଏମ୍‌ମାନଙ୍କରେ ଟଙ୍କା ମିଳୁ ନ ଥିବ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ୨୦୧୮ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ୧୫,୨୯୧ ବିଲିଅନ୍‌ ଟଙ୍କା ଏଟିଏମ୍‌ ମାଧ୍ୟ୍ୟମରେ ଉଠାଯାଇଥିଲା  ଏହା ଗତ ୬ ମାସଠାରୁ ପ୍ରାୟ ୧୨.୨ ପ୍ରତିଶତ ଅଧିକ । ଏଟିଏମ୍‌ରେ ଯେଉଁ ଟଙ୍କା ବାହାର ନ ଥିବା ଅଭିଯୋଗ ହୋଇଚି ସେଥିପାଇଁ କଛଇ ରାଜ୍ୟର ଏଟିଏମ୍‌ମାନଙ୍କରେ  ଟଙ୍କା ଭର୍ତ୍ତି କୁ ପ୍ରାଧାନ୍ୟତା ଦିଆଯାଇଛି । ଏବେ ନାସିକରେ ଥିବା ଟଙ୍କା ଛପା କାରଖାନାରେ ୫୦୦ ଟଙ୍କିଆ ନୋଟ୍‌ ଛପା ଆରମ୍ଭ କରାଯାଇଛି । ଏବେ ୫ ଗୁଣ ଅଧିକ ୫୦୦ ଟଙ୍କିଆ ନୋଟ୍‌ ଛପା ଯିବ ବୋଲି ସୂଚନା ମିଳିଛି ।

ଏବେ ନୋଟ୍ ଜମା କରୁଥିବା ବଡ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର ନଜର ପଡିଛି । ଦେଶର ବିଭିନ୍ନ ସ୍ଥାନରେ ଏଥିପାଇଁ ଚଢଉ କରାଯାଇଛି ।

Leave A Reply