ପୁଲିସ କର୍ମୀଙ୍କୁ କାମୁଡିବା ସହ ଚାପୁଡା ମାରିଲା ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀ

ନୂଆଦିଲ୍ଲୀ .- ଟ୍ରାଫିକ ନିୟମ ଉଲ୍ଲଘଂନ କରି ଗାଡି ଚଳାଥିବା ଜଣେ ବ୍ୟକ୍ତି ତାଙ୍କୁ ଅଟକାଇଥିବା ପୁଲିସ୍‌କର୍ମୀଙ୍କୁ ଆକ୍ରମଣ କରି ଚାପୁଡା ମାରିବା ସହ କାମୁଡି ଦେଇଥିବା ଅଭିଯୋଗ ହୋଇଛି । ବୁଲନ୍ଦସହରର ଶୈଳଶ କୁମାର ଶର୍ମା ନୋଏଡାରେ ଟ୍ରାଫିକ ନିୟମ ଉଲ୍ଲଘଂନ କରି ଗାଡି ଚଳାଉଥିଲେ ।

ଏହି ସମୟରେ ସେଠାରେ ଟ୍ରାଫିକ ଦାୟୀତ୍ୱରେଥିବା କନଓ୍ୱାରପଲ୍‌ ସିଂ ତାଙ୍କୁ ଅଟକାଇଥିଲେ । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଶୈଳେଶ କୁମାର କନଓ୍ୱାରପଲ୍‌ ସିଂଙ୍କୁ ଚାପୁଡା ମାରିବା ସହ କାମୁଡି ଦେଇଥିଲେ । ଯନ୍ତ୍ରଣାରେ କନଓ୍ୱାରପଲ୍‌ ସିଂ ଚିତ୍କାର କରିବାରୁ ଅନ୍ୟ ପୁଲିସ କର୍ମୀ ତାଙ୍କୁ ଉଦ୍ଧାର କରିବା ପାଇଁ ଆସିଥିଲେ । ସେତେବେଳକୁ ଶୈଳେଶ କନଓ୍ୱାରଙ୍କ ବାମ ହାତକୁ କାମୁଡି ଧରିଥିଲା । ଅନ୍ୟ ପୁଲିସ କର୍ମୀ ଶୈଳେଶକୁ ଗିରଫ କରିଥିଲେ ।

ଗିରଫ ହେବା ରେ ଶୈଳେଶଙ୍କର ଗାଡିର କୌଣସି କାଗଜପତ୍ର ନଥିଲା । ସେଠାରୁ ଖସିଯିବା ପାଇଁ ସେ ପୁଲିସ କର୍ମୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଏହାପରେ ତାଙ୍କ ନାମରେ କାର୍ଯ୍ୟରେ ଥିବା ପୁଲିସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ ହୋଇଛି ।

Comments are closed.