ପୁଣି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ , ଦେଖନ୍ତୁ ଭିଡିଓ

0

ରାୟଗଡ଼ା : ଉତ୍କଳ ଭାରତ’ର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ପୁଣି ଆକ୍ରମଣ ହୋଇଛି। ରାୟଗଡ଼ା ଜିଲ୍ଲା କାଶୀପୁରରେ ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖାରବେଳଙ୍କୁ ସଭାମଞ୍ଚରେ ଜଣେ ଯୁବକ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ ପଚାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ତାଙ୍କୁ ମାଡ଼ ମାରି ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟର ଭିଡିଓକୁ ଖାରବେଳ ଶେୟାର କରିଛନ୍ତି। ନିଜ ଫେସ୍‌ବୁକ୍ ପେଜ୍‌ରେ ସେ ଏହି ଭିଡିଓକୁ ଶେୟାର କରିଛନ୍ତି। ଏହି ଘଟଣା ରାୟଗଡ଼ାର କାଶୀପୁର ଅଞ୍ଚଳରେ ଘଟିଛି। ଏହି ଘଟଣା ନେଇ ଖାରବେଳ କହିଛନ୍ତି ଯେ,ସଭା ପାଇଁ ପୁଲିସ ସହାୟତା ମାଗିଥିଲୁ, ଆସିବାକୁ କହି ଆସିଲେନି। ସଭା ଚାଲିଥିଲା ବେଳେ ୨-୩ ଜଣ ପହଞ୍ଚି ତୁମେ କିଏ ବୋଲି ପଚାରିଲେ। ଆମକୁ ନ ପଚାରି କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ। ବିଜେଡି ବିରୋଧରେ କାହିଁକି କହୁଛ କହି ଆକ୍ରମଣ କରିଥିଲେ। ଏମିତିକି ବିଧା ଚାପୁଡ଼ା ମାରିଲେ। ଫଳରେ ସେ ତଳକୁ ପଡ଼ିଗଲେ ବୋଲି ଖାରବେଳ କହିଛନ୍ତି । ସେମାନେ ମାଇକ ଷ୍ଟାଣ୍ଡ ଉଠାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ବିଜେଡି ବିରୋଧରେ କହିଲେ ହାଣିଦେବୁ ବୋଲି ସେମାନେ ଧମକ ଦେଇଥିବା ଖାରବେଳ କହିଛନ୍ତି। ପୂର୍ବରୁ ଖାରବେଳଙ୍କୁ ଆଳିରେ ଆକ୍ରମଣ ହୋଇଥିଲା। ସେଠାରେ ମଧ୍ୟ ଖାରବେଳଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

Leave A Reply