ଆଲବାନିଆରେ ଭୟଙ୍କର ଭୂକମ୍ପ : ୧୪ମୃତ, ୩୨୫ ଆହତ

ଟିରାନା : ଆଲବାନିଆରେ ମଙ୍ଗଳବାର ସକାଳ ସମୟରେ ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିବା ଜଣାପଡ଼ିଛି। ଏହି ଭୟଙ୍କର ଭୂକମ୍ପରେ ଏପର୍ଯ୍ୟନ୍ତ ୧୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୨୫ରୁ ଅଧିକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି। ଏହାସହିତ ଅନେକ କୋଠା ଭୁଶୁଡି ପଡ଼ିଥିବା ସୂଚନା ମିଳିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.