ଐଶାନ୍ୟ କୋଣ ପ୍ରତି ରୁହନ୍ତୁ ସତର୍କ

0

ପ୍ରତ୍ୟେକ ଘରର ଐଶାନ୍ୟ କୋଣ ପରିବାର ଲୋକଙ୍କ ଉନ୍ନତି ତଥା ଏକତା ନିମନ୍ତେ ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବାସ୍ତୁବିତ୍‌ଙ୍କ ମତରେ ଐଶାନ୍ୟ କୋଣରେ ସାମାନ୍ୟତମ ଅସୁବିଧା ଥିଲେ, ତୁରନ୍ତ ଏହାର ପ୍ରତିକାର କରିବା ଉଚିତ। ନଚେତ୍ ଭବିଷ୍ୟତରେ ଏହା ଘରେ ଅସୁବିଧା ଉପୁଜାଇଥାଏ।

ଉତ୍ତର-ପୂର୍ବ କୋଣ ହିଁ ଐଶାନ୍ୟ କୋଣ ଭାବେ ଜଣା। ଏହି ପାର୍ଶ୍ବ ସାମାନ୍ୟ ମଧ୍ୟ ଉଚ୍ଚ ହେବା ପରିବାର ଲୋକଙ୍କ ମଧ୍ୟରେ ଅଶାନ୍ତି ଉପୁଜାଇଥାଏ।
ଏହି ଦିଗରେ ରୋଷେଇଶାଳ କିମ୍ବା ଶୌଚାଳୟ ରହିବା ଘର ପାଇଁ ଆଦୌ ଭଲ ନୁହେଁ। ପରିବାରରେ ପିତା-ପୁତ୍ର ସମ୍ପର୍କରେ ତିକ୍ତତା ଆଣିବା ଏହା ପଛର ମୁଖ୍ୟ କାରଣ ଅଟେ। ଏହା ସହ ଘରେ ନିୟମିତ କଳି ମଧ୍ୟ ଲାଗେ।

ଐଶାନ୍ୟ କୋଣରେ ବିଦ୍ୟୁତ୍ ଉପକରଣ ରଖିବା ମଧ୍ୟ କ୍ଷତିକାରକ। ଏ ଦିଗରେ ରୋଷେଇ ଗୃହ ଥିଲେ, ରୋଷେଇର ଦିଗ ପରିବର୍ତ୍ତନ କରିନେବା ନିତାନ୍ତ ଜରୁରୀ।

 

Leave A Reply