ଆଜି ପହଞ୍ଚିବ ବାଜପେୟୀଙ୍କ ଅସ୍ଥି କଳସ ; ଆସନ୍ତାକାଲି ମହୋଦଧୀରେ ବିସର୍ଜନ

0

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଆଜି ଓଡ଼ିଶାରେ ପହଞ୍ଚିବ। ଅପରାହ୍ନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।  ପରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯିବା ଏବଂ ରାତିସାରା ଭଜନ କୀର୍ତ୍ତନ କରାଯିବ।

୨୩ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦଳର ବରିଷ୍ଠ ନେତାଗଣ ଅସ୍ଥି କଳସକୁ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ। ଅସ୍ଥିକଳସ ବିଜେପି କାର୍ଯ୍ୟାଳୟରୁ ବାହାରି ଉତ୍ତରା ଛକ ଦେଇ ପିପିଲି,ଦାଣ୍ଡ ମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର , ଅଠରନଳାରେ ପହଞ୍ଚିବ। ସେଠାରେ ପୁରୀବାସୀ କଳସକୁ ନେଇ ମହୋଦଧୀ ଅଭିମୁଖେ ଯାତ୍ରା କରିବେ। ୨୪ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ଏହି ପ୍ରାର୍ଥନା ସଭାରେ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀ ରହି ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି।

Leave A Reply