ଘଣ୍ଟାକୁ ପ୍ରାୟ ୪୨ ହଜାର କିଲୋମିଟର ବେଗରେ ,ପୃଥିବୀର  ଅତି ନିକଟରେ ଅତିକ୍ରମ କଲା  ଗ୍ରହାଣୁ

ନ୍ୟୁୟର୍କ . – ଏପ୍ରିଲ ୧୩ ତାରିଖରେ ପୃଥିବୀର ଅତି ନିକଟରେ ଏକ ଗ୍ରହାଣୁ ଅତିକ୍ରମ କରିଛି । ଏହା ଘଣ୍ଟାକୁ ପ୍ରାୟ ୪୨ ହଜାର କିଲୋମିଟର ବେଗରେ ପୃଥିବୀ ନିକଟ ଦେଇ ମହାକାଶରେ ଗତି କରିଛି । ଏହା ଗ୍ରହାଣୁର ନାମ ଆଷ୍ଟ୍ରଏଡ୍‌୨୦୧୯ଜିଏନ୍‌ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ  ଗ୍ରହାଣୁର ଏପରି ନାମ କରଣ କରାଯାଇଛି ।

ଏହି ଗ୍ରହାଣୁ ସୂର୍ଯ୍ୟକୁ ପ୍ରଦକ୍ଷଣ କରୁଛି । ଏହା ଘଣ୍ଟା ପ୍ରତି ୨୬,୫୭୪ ମାଇଲା ବା ୪୨,୭୬୮ କିଲୋମିଟର ବେଗରେ (ଏକ ସେକଣ୍ଡରେ ୧୧.୮୮ କିଲୋମିଟର) ଗତି କରୁଛି  । ଏହି ଗ୍ରହାଣୁ ଯୋଗୁଁ ନିକଟ ଭବିଷ୍ୟତରେ ପୃଥିବୀ ପୃଷ୍ଟରେ ଥିବା ଜୀବ ଜଗତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି ।

Comments are closed.