ଭିଜିଲାନ୍ସ ଜାଲରେ ବରଗଡ଼ ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ, ୬ ସ୍ଥାନରେ ଚଢ଼ାଉ ଜାରି

ବରଗଡ଼: ବରଗଡ଼ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ବୈକୁଣ୍ଠନାଥଙ୍କ ଭୁବନେଶ୍ଵରର ଖଣ୍ଡଗିରିସ୍ଥିତ ଘର, ବରଗଡ଼ସ୍ଥିତ ଭଡ଼ାଘର ଏବଂ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି। ଏହି ସ୍ଥାନଗୁଡ଼ିକରୁ ଅଧିକାରୀମାନେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ଚଢ଼ାଉ ଜାରି ରହିଥିବାବେଳେ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

Comments are closed.