ଭତ୍ତା ଟଙ୍କା ବୃଦ୍ଧି ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ

0

ଭୁବନେଶ୍ବର: ଦ୍ବିତୀୟ ଦିନରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସ୍ବାଭାବିକ ରହିଥିଲେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଦିନ ୧୨ଟା ଯଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । ଗୃହ ମୁଲତବୀ ପରେ ମଧ୍ୟ ବିଧାନସଭାରେ ପୁଣି ଚାଷୀ ପ୍ରସଙ୍ଗ ଉଠିଥିଲା । ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀଙ୍କ ଭତ୍ତା ବୃଦ୍ଧି ଦାବି କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ୩ଶହ ଟଙ୍କାରୁ ହଜାର ଟଙ୍କାକୁ ବଢାଇବା ଦାବିରେ କଂଗ୍ରେସର ଅନ୍ୟ ବରିଷ୍ଠ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ସୂଚନାଯୋଗ୍ୟ, ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଏହି ପ୍ରସଙ୍ଗରେ ଅଚଳ ରହିଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନଥିଲା।

Leave A Reply