ଚାରା,ସମବାୟ ଦୁର୍ନୀତି ଓ ହେଲିକପ୍ଟର ଉଡିବା ଘଟଣାକୁ ନେଇ ହଟ୍ଟଗୋଳ : ଗୃହ ମୁଲତବୀ

0

ଭୁବନେଶ୍ବର : ରାଜ୍ୟ ବିଧାନସଭାର ଗୃହ କାର୍ଯ୍ୟ ମଙ୍ଗଳବାର ମଧ୍ୟ ସୁଚାରୁରୂପେ ଚାଲିପାରି ନାହିଁ। ଚାରା ଓ ସମବାୟ ଦୁର୍ନୀତି ପ୍ରସଙ୍ଗ ନେଇ କଂଗ୍ରେସ, ବିଜେପି ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ପ୍ରଶ୍ନକାଳ ଚାଲିପାରି ନ ଥିଲା । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକପ୍ଟର ଉଡିବା ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପରେ ଏହି ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି  ତଳେ ଧାରଣା ଦେଇଛନ୍ତି ।

Leave A Reply