ଇତିହାସ ସୃଷ୍ଟି କଲେ ଆସାମ ରାଇଫଲର ମହିଳା ଯବାନ

0

ନୂଆଦିଲ୍ଲୀ : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଆସାମ ରାଇଫଲର ମହିଳା ଯବାନ ଭାଗନେଇଛନ୍ତି। ସୂଚନା ଅନୁସାରେ ଆସାମ ରାଇଫଲର ଏହି ପ୍ଲାଟୁନକୁ ମେଜର ଖୁସବୁ କନୱାର ପ୍ରତିନିଧିତ୍ୱ କରୁଥିବାବେଳେ ଏହି ପ୍ଲାଟୁନରେ ୧୪୬ ଜଣ ମହିଳା ରହିଛନ୍ତି।

ଏହା ଇତିହାସ ସୃଷ୍ଟି କରିଛି। ମେଜର ଖୁସବୁଙ୍କ ଅନୁସାରେ ଏଥିପାଇଁ ସେମାନ ଗର୍ବ ଅନୁଭବ କରିଛନ୍ତି । ମହିଳା ମାନେ ପୁରୁଷ ମାନଙ୍କ ତୁଳନାରେ କୌଣସି ଗୁଣରେ କମ ନଥିବା ସେ କହିଛନ୍ତି। ସେହିପରି ଆସାମ ରାଇଫଲ ମହିଳା ଯବାନ ସୁନିତା ଥାପ୍ପାଙ୍କ କହିବା ଅନୁସାରେ ‘ମୁଁ ମୋ ସହିଦ୍‍ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଆସିଛି। ମୋର ଏହି କାର୍ଯ୍ୟକୁ ନେଇ ମୋ ପରିବାର ଗର୍ବିତ ଓ ମୁଁ ଆସାମ ରାଇଫଲର ଯବାନ ହୋଇଥିବାରୁ ଗର୍ବିତ ବୋଲି ସୁନୀତା କହିଛନ୍ତି’। ସେହିପରି ମହିଳା ମାନେ ସେନାରେ ଯୋଗଦେବା ସମସ୍ତଙ୍କ ପାଇଁ ଆହ୍ୱାନ ସହ ମହିଳାଙ୍କ ପ୍ରତି ଲୋକମାନଙ୍କ ଦୃଷ୍ଟି ବଦଳୁଥିବା ଜଣାପଡିଛି

Leave A Reply