ରବିବାର ହେବ ଏଏସଓ ପରୀକ୍ଷା : ପିଟିସନ ହାଇକୋର୍ଟରେ ଖାରଜ

0

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ପରୀକ୍ଷା ଘୁଞ୍ଚିବ ନାହିଁ। ଆସନ୍ତା ରବିବାର ନିର୍ଦ୍ଧାରିତ ତାରିଖ ଓ କାର୍ଯ୍ୟସୂଚୀ ଅନୂଯାୟୀ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଘୁଞ୍ଚାଇବା ପାଇଁ ଦାୟର ହୋଇଥିବା ପିଟିସନକୁ ଓଡିଶା ହାଇକୋର୍ଟ ଖାରଜ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୋଟିଏ ଦିନରେ ଏଏସଓ ପରୀକ୍ଷା ଥିବାବେଳେ ଜାତୀୟସ୍ତରର ଆଇବିପିଏସ ମେନ ଓ ଆରଆରବି ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ରହିଥିବାରୁ, ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥଲେ । ତେବେ ହାଇକୋର୍ଟ ପ୍ରାର୍ଥୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ପୂର୍ବରୁ ଏହି ପରୀକ୍ଷା ଡ଼ିସେମ୍ବର ୨୩ରେ ହେବାକୁ ଥିବାବେଳେ କୌଣସି କାରଣବଶତଃ ଏହାକୁ ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Leave A Reply