ମେଡିକାଲରୁ ଶିଶୁ ଚୋରି ଘଟଣା; ଶିଶୁର ବାପାଙ୍କୁ ମାଡ଼ ମାରି ଏଏସଆଇ ନିଲମ୍ବିତ

0

ପାଟଣାଗଡା: ବଲାଙ୍ଗୀର ଜିଲା ପାଟଣାଗଡ ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁପୁତ୍ରର ବାପାଙ୍କୁ ମାଡ଼ ମାରି ନିଲମ୍ବିତ ହୋଇଛନ୍ତି ପାଟଣାଗଡ଼ ଥାନା ଏଏସଆଇ ଅନାଦି ମଟାରି। ଏସପି ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନା ମୁତାବକ, ଗତ ବୁଧବାର ମେଡିକାଲରୁ ଜଣେ ନବଜାତ ଶିଶୁପୁତ୍ର ଚୋରି ହୋଇଥିଲା। ଜଣେ ମହିଳା ଶିଶୁଟିକୁ ଧରିବା ବାହାନାରେ ଚୋରି କରିନେଇଥିଲେ। ଏହାପରେ ପରିବାର ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା। ଏହି ସମୟ​ରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ବୁଝାଶୁଝା କରିବା ପରିବର୍ତ୍ତେ ଚୋରି ଶିଶୁର ବାପାଙ୍କୁ ମାଡ଼ ମାରିଥିଲା। ଏଏସଆଇ ଅନାଦି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଏସପି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ୟପଟେ ପୁଲିସ ଏଯାଏ ଚୋରି ଶିଶୁକୁ ଠାବ କରିପାରି ନାହିଁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply