ଆଶୀର୍ବାଦ ନିରାଶ, ଜାମିନ ଖାରଜ୍‌

ଭୁବନେଶ୍ବର: ଅର୍ଥତତ୍ତ୍ବ ଚିଟଫଣ୍ଡ୍‌ ମାମଲାରେ ଗତ ୧୯ ତାରିଖରୁ ​‌ସିବିଆଇ ଦ୍ବାରା ଗିରଫ ହୋଇ ଭୁବନେଶ୍ବର ସ୍ବତନ୍ତ୍ର ଜେଲ୍‌ରେ ଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ୍‌ ଆବେଦନ ବୁଧବାର ସ୍ଥାନୀୟ ଜିଲାଜଜ୍‌ଙ୍କ କୋର୍ଟରେ ଖାରଜ୍‌ ହୋଇଯାଇଛି। ସ୍ବାସ୍ଥ୍ୟଗତ କାରଣ ସହିତ ଓସିଏର ଆସନ୍ତା ନିର୍ବାଚନରେ ମତଦାନ କରିବା ଲାଗି ଆଶୀର୍ବାଦଙ୍କ ପକ୍ଷରୁ ଜାମିନ୍ ପାଇଁ ଆବେଦନ କରାଯାଇଥିଲା। ପୂର୍ବାହ୍ନରେ ତାଙ୍କ ଜାମିନ୍‌ ଆବେଦନ ଉପରେ ଶୁଣାଣି ହୋଇଥିଲା। ଅପରାହ୍ଣରେ ତାଙ୍କ ଜାମିନ୍‌ ଖାରଜ୍‌ ହୋଇଯାଇଥିବା ଜଣାପଡିଥିଲା। ସେହିପରି ହୋଟେଲ୍‌ ମାଲିକ କମଳାକାନ୍ତ ଦାସଙ୍କର ଜାମିନ୍‌ ଖାରଜ୍‌ ହୋଇଯାଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଜାମିନ୍‌ ପାଇଁ ଦୁଇ ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯିବ ବୋଲି ସେମାନଙ୍କ ଆଇନଜୀବୀ ସୂଚନା ଦେଇଛନ୍ତି। ଶ୍ରୀ ବେହେରା ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

Comments are closed.