ବିଜେପି-ଶିବସେନା ବିବାଦକୁ ଅସଉଦିନ ଓୱେସୀଙ୍କ କଟାକ୍ଷ – ଇଏ କଣ ନୂଆ ୫୦-୫୦ ବିସ୍କୁଟ?

ହାଇଦ୍ରାବାଦ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଏବଂ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝାକୁ ନେଇ ସର୍ବ ଭାରତୀୟ ମଜଲିସ-ଏ-ଇତେହାଦୁଲ ମୁଖ୍ୟ ଅସଉଦିନ ଓୱେସୀଙ୍କ କଟାକ୍ଷ କରି କହିଛନ୍ତି, ଇଏ ୫୦-୫୦ କଣ? ଏ କଣ କେଉଁ ନୂଆ ବିସ୍କୁଟ? ସେ କହିଛନ୍ତି ଯେ ବିଜେପି ଏବଂ ଶିବସେନା ଲୋକମାନଙ୍କ ସମସ୍ୟା ପାଇଁ ଆଦୌ ଚିନ୍ତିତ ନୁହନ୍ତି।

ଓୱେସୀ କହିଛନ୍ତି, ଯଦି ଏ ଦୁଇ ଦଳ ୫୦-୫୦ ଭାଗ କରିବେ ତେବେ ଲୋକଙ୍କ ପାଇଁ କଣ ରହିବ। ସତାରାରେ ବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ଦୁଇ ଦଳର କୌଣସି ଚିନ୍ତା ନାହିଁ। ଏ କେଉଁ ପ୍ରକାର ‘ସବକା ସାଥ ସବକା ବିକାଶ’ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି।

ସୂଚନା ଯୋଗ୍ୟ, ଗତ ମାସ ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ଓ ଆଜି ସୁଦ୍ଧା ୧୧ ଦିନ ବିତି ସାରିଛି। ଆଗାମୀ ଦିନରେ କିଏ ସରକାର ଗଠନ କରିବେ ସେ ନେଇ ଏବେ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି। ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ି ଥିବା ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛି କିନ୍ତୁ ବିଜେପି ଶିବସେନାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

Comments are closed.