ଲୋକସଭା ନିର୍ବାଚନ ଲଢିବେନି କେଜରିୱାଲ

0

ନୂଆଦିଲ୍ଲୀ : ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ। କିନ୍ତୁ ଆପ କାଶୀରୁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବ ବୋଲି ଆପର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଛନ୍ତି।
ସେ କହିଛନ୍ତି ଯେ ୨୦୧୪ ଲୋକସଭା ନିର୍ବାଚନରେ କେଜରିୱାଲ ବିଜେପିର ତତ୍କାଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀରୁ ନିର୍ବାଚନନ ଲଢିଥିଲେ। ଚଳିତ ଥର ବାରାଣାସୀରୁ କେଜରିୱାଲଙ୍କ ବଦଳରେ ଆପ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବ।
ପ୍ରକାଶଯୋଗ୍ୟ ଯେ ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜରିୱାଲ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କୁ ନୂଆଦିଲ୍ଲୀ ବିଧାନସଭା ଆସନରୁ ପରାଜିତ କରିଥିଲେ। ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ସେ ମୋଦୀଙ୍କ ବିରୋଧରେ ବାରାଣାସୀରୁ ନିର୍ବାଚନ ଲଢିଥିଲେ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୍ରଆପ ମୁଖପାତ୍ର କହିଛନ୍ତି ଯେ ତାଙ୍କ ଦଳ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଗୋଆ ଏବଂ ଚଣ୍ଡିଗଡ଼ର ସମସ୍ତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ କିଛି ଆସନରେ ଆପ ପ୍ରାର୍ଥୀ ଦେବ। ଏହାବାଦ୍‍ ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କିଛି ଏସ୍‍ସି ଆସନରେ ଆପ୍‍ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି।

Leave A Reply