ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଅପହରଣ ଧମକ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅଙ୍କୁ ଅପହରଣ କରାଯିବା ନେଇ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯାଇଛି। ଇ-ମେଲରେ ଏହି ଧମକ ଆସିବା ପରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, ଝିଅ ହର୍ଷିତା ଏବଂ ପୁଅ ପୁଲକିତଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏ ସମ୍ପର୍କରେ ଆମ ଆଦମୀ ପାର୍ଟିର ଜନୈକ ସଦସ୍ୟ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀର ସାଇବର ସେଲ ପୁଲିସ୍‍ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି। ଏକ ଅଜଣା ଇ-ମେଲ ଆକାଉଣ୍ଟରୁ ‘ଆମେ ତମ ଝିଅକୁ ଉଠାଇ ନେବୁ, ତାଙ୍କୁ ବଞ୍ଚାଇବା ପାଇଁ ଯାହା କିଛି କର’। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୪ରେ ଆଇଆଇଟି ପରୀକ୍ଷାରେ ହର୍ଷିତା କୃତିତ୍ୱ ହାସଲ କରିବା ପରେ ଚର୍ଚ୍ଚା ପରିସରକୁ ଆସିଥିଲେ।

Leave A Reply