ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଅରୁଣାଚଳ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ

0

ଇଟାନଗର:  ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅରୁଣାଚଳ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ରାତିରେ ପ୍ରବଳ ବର୍ଷା  ହେବାଯୋଗୁଁ ଏପରି ଘଟଣା ଘଟିଛି । ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟରେ ଏହି ଘଟଣା ଘଟିଛି ।  ଇଟାନଗର ଧୋନୀ କଲୋନୀରେ ଏହି ଘଟଣା ଘଟିଛି ।

ଏହି ଭୂସ୍ଖଳରେ ପପ୍ପୁ  କାଟିୟା, ପପ୍ପୁ ଗାରେଲ୍‌, କାନ୍ହା କେନଓ୍ୱାର, ବବ୍‌ଲୁ ତେଲେଙ୍ଗା, ଜିତେନ୍‌ ତେଲେଙ୍ଗାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ, ପ୍ରବଳ ବର୍ଷା ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି ।

Leave A Reply